ଜିନ୍ଦଲ ଓ କୃଷକ ସଂଗଠନ ମଧ୍ୟରେ ଚୁକ୍ତି, ପାରିପାର୍ଶ୍ୱିକ ଅଞ୍ଚଳର ଚାଷୀଙ୍କୁ ମିଳିବ ଅତ୍ୟାଧୁନିକ କୃଷି ଉପକରଣ

0
218

By Our Correspondent

JODA:ପାରିପାର୍ଶ୍ୱିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଅତି କ୍ଷୁଦ୍ର ଚାଷୀଙ୍କ ବିକାଶ ପାଇଁ ଜିନ୍ଦଲ ଏଜୁକେଶନ ଏଣ୍ଡ ଓ୍ୱେଲଫେୟାର ସୋସୋଇଟି (ଜେଇଡବ୍ଲୁଏସ) ପକ୍ଷରୁ ଦେଓଝର ପଞ୍ଚାୟତ ଶିଆଳିଯୋଡ଼ା ଗ୍ରାମର ‘ଜୟ ମା’ ବୁରୁ କୃଷକ କ୍ଲବ’ ସହ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ଜେଇଡବ୍ଲୁଏସର ସମ୍ପାଦକ ଶ୍ରୀ ଭର୍ଜିଲ ଲାକ୍ରା ଓ କୃଷକ କ୍ଲବର ସଭାପତି ଶ୍ରୀ ପାଣ୍ଡିଆ ମୁଣ୍ଡା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ।

ଏହି ଚୁକ୍ତି ଅନୁସାରେ ଅତି କ୍ଷୁଦ୍ର ଚାଷୀମାନଙ୍କୁ ଅତ୍ୟାଧୁନିକ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯଥା; ଟ୍ରାକ୍ଟର, ଟ୍ରଲି, ରୋଟାଭେଟର ଓ ମଲ୍ଟି କ୍ରପ ଥ୍ରେସପର ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଜେଏସପିର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ ଜେଇଡବ୍ଲୁଏସ ପକ୍ଷରୁ ଏହିସବୁ ଉପକରଣ ଯୋଗାଇ ଦିଆଯିବ।
ଏହି ଚୁକ୍ତି ଦ୍ୱାରା ଉତ୍ପାଦନ ବୃଦ୍ଧି ହେବା ସହ ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ଏହା ସହିତ ଚାଷୀମାନଙ୍କ ଉପରୁ ଶ୍ରମ ବୋଝ ମଧ୍ୟ ହ୍ରାସ ପାଇବ ଓ ସେମାନଙ୍କ ବିକାଶ ହେବ ବୋଲି ଉଭୟ ପକ୍ଷ ଆଶାବାଦୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here