ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ସମଗ୍ର ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି -ଧର୍ମେନ୍ଦ୍ର ପ୍ରଧାନ

0
222
ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି । ନୂଆ ନୂଆ ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ପିଏମ ଶ୍ରୀ ସ୍କୁଲ ବିକଶିତ କରାଯାଉଛି । ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି ବୋଲି ଦିନିକିଆ ଜମ୍ମୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

NEW DELHI/BHUBANESWAR:   ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି । ନୂଆ ନୂଆ ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ପିଏମ ଶ୍ରୀ ସ୍କୁଲ ବିକଶିତ କରାଯାଉଛି । ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି ବୋଲି ଦିନିକିଆ ଜମ୍ମୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକ ମାନଙ୍କୁ ପ୍ରାଥମିକତା ଉପରେ ଆଲୋଚନା କରିଥିଲେ । ଏହା ସହ ସବକା ସାଥ୍- ସବକା ବିକାଶ, ସବକା ପ୍ରୟାସ-ସବକା ବିକାଶର ମଡେଲ ଉପରେ ଆଲୋକପାତ କରିବା ସହ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା, ଭାରତୀୟତାରୁ ପ୍ରେରିତ ହେବା ଓ ଆତ୍ମବିଶ୍ୱାସ ବଢାଇବା ଉପରେ ମତ ରଖିଥିଲେ ।

୨୦୧୪ ପରେ ବ୍ୟାପକ ସଂସ୍କାର କାରଣରୁ ପଲିସି ପାରାଲେସିସର ଯୁଗରୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ପରିଣତ ହୋଇଛି ।  ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ମଡେଲ ସମସ୍ତଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ଜମ୍ମୁ କାଶ୍ମୀରରେ ଥିବା ଅପାର ସମ୍ଭାବନା ଏବଂ ସ୍ୱତନ୍ତ୍ରତା ଉପରେ ଦୀର୍ଘ ସମୟ ଧରି ଗବେଷଣା କରିବା ପାଇଁ ଆଇଆଇଟି ଜମ୍ମୁକୁ ପରାମର୍ଶ ଦେଇଥିଲେ । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସହଯୋଗ ବଳରେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବା ।

ଶ୍ରୀ ପ୍ରଧାନ  ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଜି ଯେତେବେଳେ ବିଦ୍ୟାର୍ଥୀମାନେ ସମାଜ ଜୀବନରେ ଦାୟିତ୍ୱ ନେବେ, ସେମାନେ ଜାମ୍ମୁ କାଶ୍ମୀରର ଐତିହ୍ୟକୁ ସାଙ୍ଗରେ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଉଲ୍ଲେଖନୀୟ, ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଜମ୍ମୁ ସ୍ଥିତ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here