ଛତିଶଗଡ଼ରେ ବିକାଶର ଦ୍ୱାହି ଦେଇ ପ୍ରତାରଣା କରିଛି କଂଗ୍ରେସ, ଧର୍ମେନ୍ଦ୍ର ପ୍ରଧାନ

0
240
ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟର ଜନତାଙ୍କୁ ବିକାଶର ଦ୍ୱାହି ଦେଇ ପ୍ରତାରଣା କରିଛନ୍ତି । ତାଙ୍କର ଘୋଷଣା ଆଜି କେବଳ ଘୋଷଣାରେ ହିଁ ସୀମିତ ରହିଛି । କଂଗ୍ରେସ ସରକାର ଧୋକାବାଜ ସରକାର । ମିଛ କହୁଥିବା ସରକାର ବୋଲି ଆଜି ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

RAIPUR/BHUBANESWAR:  ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟର ଜନତାଙ୍କୁ ବିକାଶର ଦ୍ୱାହି ଦେଇ ପ୍ରତାରଣା କରିଛନ୍ତି । ତାଙ୍କର ଘୋଷଣା ଆଜି କେବଳ ଘୋଷଣାରେ ହିଁ ସୀମିତ ରହିଛି । କଂଗ୍ରେସ ସରକାର ଧୋକାବାଜ ସରକାର । ମିଛ କହୁଥିବା ସରକାର ବୋଲି ଆଜି ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ମହାସମୁନ୍ଦ ଜିଲ୍ଲାର ବସନା ନିର୍ବାଚନମଣ୍ଡଳୀରେ ବିଜେପି ସମ୍ପତ୍ ଅଗ୍ରଓ୍ୱାଲଙ୍କ ସମର୍ଥନରେ ପ୍ରଚାର କରିଥିଲେ । ସେ କହିଛନ୍ତି ମୋଦି ସରକାର ଗରିବଙ୍କ କଲ୍ୟାଣ  ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ମହିଳାଙ୍କୁ ସର୍ବାଧିକ ପ୍ରାଥମିକତା ଆଜି ମୋଦି ସରକାରଙ୍କ ନୀତି ହୋଇଛି ।

 ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମହିଳା ଆଧାରିତ ବିକାଶ ଆମକ କେନ୍ଦ୍ରବିନ୍ଦୁରେ ରହିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସବୁ ଗରିବ ଘରକୁ ଗ୍ୟାସ ପହଞ୍ଚାଯାଇଛି । ମୋଦି ଗ୍ୟାରେଣ୍ଟି ଦେବାରୁ ସିଲିଣ୍ଡରର ଦାମ କମିଛି । ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଉଛନ୍ତି ।

କେବଳ ଏତିକି ନୁହେଁ, ପିଏମ ଆବାସରେ ଘର ନିର୍ମାଣ ହୋଇଛି । ଏହା ଦ୍ୱାରା ମହିଳାଙ୍କ ସମ୍ମାନ ଓ ଆତ୍ମସ୍ୱାଭିମାନ ବଢିଛି । ମୋଦିଙ୍କ ଗ୍ୟାରେଣ୍ଟିରେ ଘରେ ଘରେ ଶୌଚାଳୟ ବନିଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ହିତାଧିକାରୀଙ୍କୁ ଚାଉଳ ଦିଆଯାଇଛି । ଦେଶର ୮୦ ଭାଗ ଲୋକଙ୍କୁ ମାଗଣାରେ ଖାଦ୍ୟାନ୍ନ ଦେଇ ସେମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଥିବାରୁ ଛତିଶଗଡର ଜନତା ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ ବଳାଇ ସାରିଛନ୍ତି । ଛତିଶଗଡରେ ଡବଲ ଇଞ୍ଜିନ ସରକାର ହେବ ହିଁ ହେବ । 

ପ୍ରଧାନମନ୍ତ୍ରୀ ମୋଦି ଡିଏମଏଫ ପାଣ୍ଠି ତିଆରି କରି ବଞ୍ଚିତ, ଅବହେଳିତଙ୍କ ବିକାଶ ପାଇଁ ଯୋଜନା କରିଛନ୍ତି । କିନ୍ତୁ ଭୂପେଶ ବାଘେଲଙ୍କ ସରକାର ମୋଦି ସରକାର ଦେଇଥିବା ଅର୍ଥରୁ ଲୋକଙ୍କୁ ବଞ୍ଚତ କରିଛନ୍ତି । ମୋଦି ପଠାଉଥିବା ହଜାର ହଜାର କୋଟି ଟଙ୍କାର ଦୁରୂପଯୋଗ ହେଉଛି । ଏଠାକାର କଂଗ୍ରେସର ସରକାର ଭ୍ରଷ୍ଟ ସରକାର ।  କଂଗ୍ରେସ ସରକାରରେ ଗରିବ, ଚାଷୀ, ମହିଳା, ବଞ୍ଚିତ, ଯୁବବର୍ଗମାନେ ସମସ୍ୟା ଘେରରେ ଅଛନ୍ତି । ଆଜି ଛତିଶଗଡରେ ମହିଳାମାନେ ନିର୍ଯ୍ୟାତିତ ।

 “ଆଉ ସହିବୁ ନାହିଁ, ବଦଳାଇ କି ହିଁ ରହିବୁ” । ଏହା ଆଜି ଏହା ଛତିଶଗଡର ଜନତାଙ୍କ ନାରା ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବସନାର ଗଢଫୁଲଝର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ରଣେଶ୍ୱର ରାମଚଣ୍ଡି ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here