ଚତୁର୍ଥ ପର୍ଯ୍ୟlୟ ନିର୍ବାଚନ ହେବାକୁ ଥିବା ୦୯ ଜିଲ୍ଲାରେ ୨୫୫ ଟି ଫ୍ଲାଇସ୍କ୍ୱାର୍ଡ ଟିମ , ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି

0
90

By Our Correspondent

BHUBANESWAR : ଏହି ପର୍ଯ୍ୟlୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ପୁରୀ ଏବଂ କଟକ ସହରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ଚତୁର୍ଥ ପର୍ଯ୍ୟlୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୦୯   ପୋଲିସ ଜିଲ୍ଲାରେ ୮୭୫୨ ସ୍ଥାନରେ ୧୦୮୮୨ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖି ୨୧% ବୁଥ ସମ୍ବେଦନଶୀଳ ଅଟେ । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୬ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି ।

ଯେଉଁଥିରେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୮୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୪ ଜଣ ଅତିରିକ୍ତ ଏସପି, ୯୯ ଡିଏସପି, ୨୧୦ ଇନ୍ସପେକ୍ଟର, ୨୫୮୩ ଏସଆଇ/ ଏଏସଆଇ ସହ ୯୪୭୬ କନଷ୍ଟେବଳ/ ହାବିଲଦାର, ୮୦୮୩ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ୦୪ ଜଣ ଯୁବ ଆଇପିଏସ ଅଧିକାରୀଙ୍କୁ ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ୮୪୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ .

ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୦୯  ପୋଲିସ ଜିଲ୍ଲାରେ ୬୦ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୦୯ ଜିଲ୍ଲାରେ ୨୫୫ ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୦୯ ଟି ଜିଲ୍ଲାରେ ୧୩ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛ ।

ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ଚାଲିଛି । ଜାନୁୟାରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୭ କୋଟି  ଟଙ୍କା ଜବତ କରାଯାଇଛି । ପ୍ରାୟ ୯୧.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି। ୭  ଲକ୍ଷ ୧୩୦  ଲିଟର ମଦ ଜବତ କରା ଯାଇଥିବା ବେଳେ ୪୦୩୦ ବେପାରୀଙ୍କୁ ଗିରଫ କରାଯାଇଛି। ୧୧  ଜଣଙ୍କୁ ଏନଏସଏରେ ବୁକିଂ କରାଯାଇଛି। ୮୬୦.୭୮ କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନ ସୁଗର, ୪୬୩୦ ଲିଟର କଫ ସିରଫ ଜବତ କରାଯାଇଛି। ୧୨୦୫ ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ୧୨୫୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ କମିଶନରେଟ ପୋଲିସ ଅଞ୍ଚଳରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି.

 

 

LEAVE A REPLY

Please enter your comment!
Please enter your name here