ଗିରଫ ହୋଇଥିବା ପୋଲିସ ଆଇଆଇସି ସୁଶାନ୍ତ ଶତପଥୀଙ୍କ ବିରୋଧରେ ଆଗରୁ ତିନି  ଜଣ ଏସପିଙ୍କର ଲିଖିତ ପ୍ରସିଡିଙ୍ଗ ଥିବା ସତ୍ୱେ ତାଙ୍କୁ କେମିତି ମିଳିଥିଲା ପ୍ରମୋସନ, କେମିତି ହୋଇଥିଲେ ଥାନା ଆଇଆଇସି?

0
359
ତାଙ୍କ ବିରୋଧରେ ଆଗରୁ ତିନି ତିନି ଜଣ ଏସପିଙ୍କର ଲିଖିତ ପ୍ରସିଡିଙ୍ଗ ଥିବା ସତ୍ୱେ ତାଙ୍କୁ କେମିତି ମିଳିଥିଲା ପ୍ରମୋସନ, କେମିତି ହୋଇଥିଲେ ଥାନା ଆଇଆଇସି? ସରକାରୀ ଚାକିରୀ ବିକ୍ରି ଦୁର୍ନୀତିରେ ଗିରଫ ହୋଇଥିବା ଓଏସଏସସିର କର୍ମଚାରୀ ବିରଞ୍ଚି ସାହୁଙ୍କ ସହ ତାଙ୍କର ସମ୍ପର୍କ ନେଇ ଆଗରୁ ଅଭିଯୋଗ ଅଛି।

By Our Correspondent

BHUBANESWAR:   ବିପୁଳ ପରିମାଣର କଳାଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ପୋଲିସ ଆଇଆଇସି ସୁଶାନ୍ତ ଶତପଥୀଙ୍କର ଶାସକ ବିଜେଡି ଲିଙ୍କ ରହିଛି, ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

ଜବତ ହୋଇଥିବା ନଗଦ ଟଙ୍କା ଗଞ୍ଜେଇ ବେପାରୀଙ୍କୁ ଠାରୁ ଆଦାୟ ହୋଇଥିବା ଟଙ୍କା ବୋଲି ଜଣାପଡିଛି l ସେହି ଗଞ୍ଜେଇ ରାକେଟରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ସମ୍ପୃକ୍ତି ଅଛି l ଗଞ୍ଜେଇ କୋରାପୁଟରୁ ଭାୟା ନୟାଗଡ ହୋଇ ରାଜଧାନୀ କଟକ ଓ ଭୁବନେଶ୍ୱର ଆସେ।

ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାର୍ଯ୍ୟରତ ଥିଲେ l ନବୀନ ନିବାସର ଆର୍ଶୀବାଦ ତାଙ୍କ ଉପରେ ଥିଲା।

ବିନା ବଡ଼ ବଡ଼ିଆଙ୍କ ସୁରକ୍ଷାରେ ଜଣେ ବସରେ ଖୁଲମଖୁଲା କଳା ଟଙ୍କା ଆଣିପାରିବ କି? ଆଣୁଥିବା ଟଙ୍କା କାହା ପାଖକୁ ଯାଇଥାନ୍ତା।

ତାଙ୍କ ବିରୋଧରେ ଆଗରୁ ତିନି ତିନି ଜଣ ଏସପିଙ୍କର ଲିଖିତ ପ୍ରସିଡିଙ୍ଗ ଥିବା ସତ୍ୱେ ତାଙ୍କୁ କେମିତି ମିଳିଥିଲା ପ୍ରମୋସନ, କେମିତି ହୋଇଥିଲେ ଥାନା ଆଇଆଇସି? ସରକାରୀ ଚାକିରୀ ବିକ୍ରି ଦୁର୍ନୀତିରେ ଗିରଫ ହୋଇଥିବା ଓଏସଏସସିର କର୍ମଚାରୀ ବିରଞ୍ଚି ସାହୁଙ୍କ ସହ ତାଙ୍କର ସମ୍ପର୍କ ନେଇ ଆଗରୁ ଅଭିଯୋଗ ଅଛି।

ବିଜେଡିର ଜଣେ ସାଂସଦଙ୍କ ଅଭିନୀତ ଅନେକ ଚଳଚିତ୍ରରେ ସେ ଅଭିନୟ କରିଛନ୍ତି l ସେଥିରେ କାହାର କଳାଟଙ୍କା ଲାଗିଛି କି?

ଏ ସମସ୍ତ ପ୍ରସଙ୍ଗରେ ଭିଜିଲାନ୍ସ ତଦନ୍ତ କରିପାରିବ ତ? ଓଡ଼ିଶାରେ ଦୁର୍ନୀତି ଏବେ ନୀତି ହୋଇଛି l -ବିଜେପି ରାଜ୍ୟ ମୁଖପାତ୍ର.

LEAVE A REPLY

Please enter your comment!
Please enter your name here