ଗାନ୍ଧିଜୀଙ୍କ ପାଦ ପଡିଥିବା ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0
38

By Our Correspondent

BHUBANESWAR:  ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ। ସମଗ୍ର ବିଶ୍ୱର ଆଦର୍ଶ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବରେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।

ଗାନ୍ଧିଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧିନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧିଜୀଙ୍କ ପାଦ ପଡିଥିବା ଏହି ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମନେପକାଇ କହିଥିଲେ ଯେ ଆଜି ମଧ୍ୟ ଶାସ୍ତ୍ରୀ ଜୟନ୍ତୀ। ସେ କହିଲେ ଯେ ଶାସ୍ତ୍ରୀଜୀ ଯେଉଁ ‘ଜୟ ଜବାନ ଜୟ କିଷାନ’ ନାରା ଦେଇଥିଲେ ତାକୁ ମୋଦୀଜୀ ଗୁରୁତ୍ବଦେଇ ଅଗ୍ନୀବୀର ଯୋଜନା ଆରମ୍ଭ କରିଛନ୍ତି।

ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀ, ସଫଳ ଉଦ୍ଯୋଗୀଙ୍କୁ ପୁରସ୍କୃତ କରିବା ସହ ଆଧ୍ୟାତ୍ମିକ ଗୁରୁ ଏବଂ ଅନେକ ବୁଦ୍ଧିଜୀବୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କଲେ.

ସାରା ବିଶ୍ଵର ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଗାନ୍ଧୀଜୀ ଥିଲେ ଅନ୍ୟତମ। ସମାଜର ଉନ୍ନତି ଏବଂ ଜନକଲ୍ୟାଣକାରୀ ଶାସନ ଉପରେ ଆଧାରିତ  ଗାନ୍ଧୀଜୀଙ୍କ ଜୀବନ ଆମ ପାଇଁ ପ୍ରେରଣା। ତାଙ୍କର ଆଦର୍ଶ ଏବଂ ଗାନ୍ଧୀବାଦକୁ ଆଜି ମଧ୍ୟ ବିଶ୍ଵର ଅନେକ ଜାଗାରେ ଅନୁକରଣ କରାଯାଉଛି। ସ୍ଵାଧୀନତା ପାଇଁ ତାଙ୍କର ନେତୃତ୍ଵ ଏବଂ ଅବଦାନ ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here