ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୨.୮ ମିମି ତୁଳନାରେ ୧୫୧% ଅଧିକ ରହିଛି, ତେଲକୋଇ(କେନ୍ଦୁଝର)- ୧୮୨.୬ ମିମି

0
323

 By Our Correspondent

BHUBANESWAR: ସକ୍ରିୟ ମୌସୁମୀ ଏବଂ ଲଘୁଚାପ କ୍ଷେତ୍ର ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୨.୮ ମିମି ତୁଳନାରେ ୧୫୧% ଅଧିକ ରହିଛି | ଏହି ବର୍ଷା ଫଳରେ ଗତ ୨% ନିଅଣ୍ଟିଆ ଭରଣ ହୋଇଛି | ସର୍ବାଧିକ ହରହରୀ ବର୍ଷା କେନ୍ଦୁଝର ଜିଲ୍ଲାରେ ୫୬.୯ ମିମି ବର୍ଷା ରେକର୍ଡ ହୋଇଛି |

ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବାବେଳେ, ୩୦ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି  .

ରେକର୍ଡ ପ୍ରମୁଖ ବର୍ଷା:ତେଲକୋଇ(କେନ୍ଦୁଝର): ୧୮୨.୬ ମିମି , ବାଙ୍କୀ(କଟକ): ୧୮୨ ମିମି, ଗୁଡ଼ଭେଲା(ବଲାଙ୍ଗୀର):୧୩୯.୮ ମିମି.

ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ  ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି | ଏହା ଆଗାମୀ  ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ  ମୁହାଁ  ହେବାର ସମ୍ଭାବନା ରହିଛି.

ଗତ କାଲି  ସକାଳ ୮ଟା ୩୦ ରୁ ଆଜି ସକାଳ ୫ଟା ୩୦ ସୁଦ୍ଧା ରେକର୍ଡ ବର୍ଷା

ପୁରୀ: ୬୬.୨ ମିମି , ଭୁବନେଶ୍ୱର:୫୭.୬ ମିମି , ବାଲେଶ୍ୱର:୪୨.୬ ମିମି , ଗୋପାଳପୁର: ୩୫.୮ ମିମି , ଚାନ୍ଦବାଲି:୧୬.୭ ମିମି , ପାରାଦ୍ୱୀପ: ୧୪.୭ ମମି , ଝାରସୁଗୁଡା:୧୩.୪ ମିମି.

LEAVE A REPLY

Please enter your comment!
Please enter your name here