ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତନା ଭୋଗୁଥିବା ୧୫ଜଣ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଓଡିଶା ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ

0
333
CM Naveen Patnaik-FILE

By Our Correspondent

BHUBANESWAR: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତନା ଭୋଗୁଥିବା ୧୫ଜଣ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଓଡିଶା ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଦୁବାଇ ଦୂତାବାସ ସହ ସମନ୍ୱୟ ରଖି ପ୍ରଥମ ପର୍ଯ୍ୟାୟରେ ଆଠ ଜଣ ଶ୍ରମିକ ଦୁବାଇରୁ ମୁମ୍ବାଇ ଏବଂ ମୁମ୍ବାଇରୁ ଭୁବନେଶ୍ୱରେ ଗତ ସେପ୍ଟେମ୍ବର ୧ତାରିଖ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ। ଏହାପରେ ସେମାନେ ନିଜଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉ ୭ ଜଣଙ୍କୁ ଖୁବ ଶୀଘ୍ର ଓଡିଶା ଫେରାଇ ଆଣିବାକୁ ନିରନ୍ତର ପ୍ରୟାସ ଜାରିରହିଛି।

ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢ଼ାଇ ଆସିଛି।

ସେହିଭଳି ଗତ ସେପ୍ଟେମ୍ବର ୫ ତାରିଖରେ ଚେନ୍ନାଇରେ ରେଳ ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁବରଣ କରିଥିବା ମୟୁରଭଞ୍ଜ ଜିଲ୍ଲା କାଠରୁମା କୁଡ଼ିଆପାଳର ଭଗତ ମୁର୍ମୁଙ୍କ ପୁତ୍ର ସରାଇ ମୁର୍ମୁଙ୍କ ମୃତ୍ୟୁ ଖବର ପାଇ ଚେନ୍ନାଇରେ ରହୁଥିବା ତାଙ୍କ ପରିଚିତଙ୍କ ସହ ଓଡିଶା ପରିବାର ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଶବ ବ୍ୟବଛେଦ ପରେ ଆଜି ସନ୍ଧ୍ୟାରେ ଚେନ୍ନାଇ ହାଓଡା ଏକ୍ସପ୍ରେସ ମାଧ୍ୟମରେ ତାଙ୍କ ମରଶରୀର ଆସି ଆସନ୍ତାକାଲି ସନ୍ଧ୍ୟାରେ ବାଲେଶ୍ୱର ରେଳ ଷ୍ଟେସନରେ ପହଁଚିବ।

ଏହାପରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହ ଗ୍ରହଣ କରାଯାଇ ତାଙ୍କ ଗ୍ରାମରେ ଵିଧି ମୁତାବକ ଶେଷକୃତ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗାଯୋଗ କରାଯାଇଛି। (୭ ସେପ୍ଟେମ୍ବର, ୨୦୨୩)

LEAVE A REPLY

Please enter your comment!
Please enter your name here