ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆସନ୍ତା 24 ରେ ଅନୁଷ୍ଠିତ ହେବ

0
317

By Our Correspondent

BHUBANESWAR:   ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ  ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆସନ୍ତା 24.08.23 ଦିନ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ l

ଖୋର୍ଦ୍ଧା ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ଯଥା ପେନସନ, ବାକି ଥିବା ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ ନିମନ୍ତେ ଏହି ପେନସନ ଅଦାଲତ ଅନୁଷ୍ଠିତ ହେବ l ଉକ୍ତ ପେନସନ ଅଦାଲତରେ ପ୍ରଧାନ ମହାଲେଖାକାର, ଓଡିଶା (ଏ.ଜି ), ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ନେବେ l

ଇତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପେନସନ ମଂଜୁର କର୍ତ୍ତା ଓ ପେନସନରମାନଙ୍କୁ ଆବଶ୍ୟକ ପେନସନ କାଗଜପତ୍ର ସହ ଉପସ୍ଥିତ ରହିବାପାଇଁ ଏ.ଜି ପକ୍ଷରୁ ଅନୁରୋଧ କରାଯାଇଅଛି l ଏହି ଅଦାଲତ ଦିନ 10.30ରୁ ଅପରାହ୍ନ 5ଟା ପ୍ରଯ୍ୟନ୍ତ କାର୍ଯ୍ୟ କରିବ l ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପେନସନ ମଂଜୁର କର୍ତ୍ତାମାନେ ଅବସରପ୍ରାପ୍ତ କର୍ମଚାରୀ ଯେଉଁମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ବିଭିନ୍ନ କାରଣରୁ ମଂଜୁର ହୋଇପାରିନାହିଁ ସେମାନଙ୍କର କାଗଜପତ୍ର ଏହି ଅଦାଲତରେ ଉପସ୍ଥାପନ କରିବାକୁ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି l ଯାହାଫଳରେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ମଂଜୁର କରାଯାଇ ପାରିବ l

 ଅଧିକ ବିବରଣୀ ଜାଣିବା ପାଇଁ ସରୋଜ କୁମାର ବେହେରା, ବରିଷ୍ଠ ଲେଖାଧିକାରୀ ଓ ସହକାରୀ ଲେଖାଧିକାରୀ ଆଶୁତୋଷ ଦାସଙ୍କୁ ତାଙ୍କ ମୋବଇଲ ନମ୍ବର 9437182494/9437387322 ରେ ଯୋଗାଯୋଗ କରିବାକୁ ଏ. ଜି ପକ୍ଷରୁ ଅନୁରୋଧ କରାଯାଇଅଛି l

LEAVE A REPLY

Please enter your comment!
Please enter your name here