ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ 19ଟି ଖଣି ଲିଜ୍ ଧାରୀଂକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0
116
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

By Our Correspondent

PURI/BHUBANESWAR:   ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ 19ଟି ଖଣି ଲିଜ୍ ଧାରୀଂକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେଥି ମଧ୍ୟରୁ 17ଟି ନିର୍ମାଣ ପଥର ଖଣି ଏବଂ 2 ଗୋଟି ମାଙ୍କଡା ପଥର ଖଣି। ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ଉତ୍ତୋଳନ ସକାଶେ ଓଡିଶା ଲଘୁ ଖଣିଜ ଆଇନ୍-2016 ଅନୁସାରେ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ସାତ ଦିନ ମଧ୍ୟରେ ରୟାଲଟି, ଆନୁସଙ୍ଗିକ ଦେୟ ଏବଂ ଅଧିକ ଉତ୍ତୋଳନ ପାଇଁ ଜୋରିମାନାର ମୂଲ୍ୟ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ସେହିପରି କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା, ସେନେଇ ମଧ୍ୟ ଲିଖିତ କେଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଛି ।

ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଜାରି କରାଯାଇଥିବା ନୋଟିସର ଖିଲାପ କଲେ, ଖଣିର ଚୁକ୍ତିପତ୍ର ରଦ୍ଦ କରାଯିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ ପୁରୀଂକ ସମସ୍ତ ଭୂ-ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି ମୁଖ୍ୟ ପ୍ରଶାସକ ନୋଟିସରେ କଡା ଶବ୍ଦରେ ସତର୍କ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here