ଖଣ୍ଡପଡା ରାଜା, ପୂର୍ବତନ ମନ୍ତ୍ରୀ, ଉପ ବାଚସ୍ପତି ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ

0
205

By Our Correspondent

BHUBANESWAR:ଖଣ୍ଡପଡା ରାଜା ଓ ପୂର୍ବତନ ମନ୍ତ୍ରୀ, ଉପବାଚସ୍ପତି ଏବଂ ୩ଥର ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ଆଜି ପରଲୋକ ଘଟିଛି । ଜଣେ ପରୋପକାରୀ ନେତା ରୂପେ ତାଙ୍କର ସୁନାମ ଥିଲା ।

ସ୍ୱର୍ଗତଃ ମର୍ଦ୍ଦରାଜଙ୍କ ବିୟୋଗ କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି ।

ଅମର ଆତ୍ମାର ସଦ୍‌ଗତି ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here