କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ଓ ସଂରକ୍ଷଣ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

0
38

By Our Correspondent

DHENKANAL/BHUBANESWAR:   କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ଓ ସଂରକ୍ଷଣ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ ।  ଏହି ମନ୍ଦିର ଆସ୍ଥା, ଶ୍ରଦ୍ଧା ଓ ସମର୍ପଣର କେନ୍ଦ୍ର । ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରର ଉନ୍ନତି, ସଂରକ୍ଷଣ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବା ଉପରେ ଜିଲ୍ଲା ପ୍ରଶାସନ, କପିଳାସ ସୁରକ୍ଷା ପରିଷଦ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କଲି ।

ମନ୍ଦିର, ପର୍ବତ ଓ ଜଙ୍ଗଲ ଆମର ପୁଞ୍ଜି । ଏହାକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଜରୁରୀ । ମହାଦେବଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।

 

 

LEAVE A REPLY

Please enter your comment!
Please enter your name here