କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ସଂସଦର ପରାମର୍ଶଦାତା କମିଟିର ଦ୍ୱିତୀୟ ବୈଠକ, ସ୍କୁଲ ଓ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ଆମର ପ୍ରତିବଦ୍ଧତା – ଧର୍ମେନ୍ଦ୍ର ପ୍ରଧାନ

0
363

By Our Correspondent

BHUBANESWAR:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶର ଇନ୍ଦୋର ଗସ୍ତରେ ଥିବା ବେଳେ ଆଜି ସେଠାରେ ଶିକ୍ଷା ମନ୍ତ୍ରଣାଳୟ ସହ ସମ୍ବୋଧିତ ସଂସଦର ପରାମର୍ଶଦାତା ସମିତିର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ସ୍କୁଲ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରାଯାଇଯାଇଥିଲା ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଏହାସହ ସ୍କୁଲ ଓ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ପିଲାମାନଙ୍କର ଜ୍ଞାନାତ୍ମକ ବିକାଶ ପାଇଁ ଦୃଢ଼ ଭିତ୍ତିଭୂମି ନିର୍ମାଣ, ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ଆମ ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଅଂଶଗ୍ରହଣ କରି ମୂଲ୍ୟବାନ ପରାମର୍ଶ ଦେଇଥିବାରୁ କମିଟି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରୀ ପ୍ରଧାନ । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ, ଶିକ୍ଷାର ମାଧ୍ୟମ ମୁଖ୍ୟତଃ ଭାରତୀୟ ଏବଂ ସ୍ଥାନୀୟ ଭାଷାରେ ହେବ । ସେ ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ୍ୟକ୍ରମ ସମେତ ସ୍ଥାନୀୟ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କରିବା ପାଇଁ ଆଇଆଇଟି ଭଳି ଉଚ୍ଚଶିକ୍ଷା ପ୍ରତିଷ୍ଠାନର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଭାଷାରେ ପୁସ୍ତକ ଯୋଗାଇବା ପ୍ରାଥମିକତା ରହିଛି । ବିଷୟବସ୍ତୁ ଅନୁବାଦରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଭାଷା ଅନୁବାଦ ପାଇଁ ଏଆଇ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଞ୍ଚଳ କିମ୍ବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ, ପ୍ରଯୁକ୍ତିବିଦ୍ୟା ସେମାନଙ୍କ ପସନ୍ଦର ଭାଷାରେ ବିଷୟବସ୍ତୁ ବୁଝିବାରେ ସାହାଯ୍ୟ କରିପାରିବ, ସେ ଆହୁରି ମଧ୍ୟ କହିଛନ୍ତି ।

ଶ୍ରୀ ପ୍ରଧାନ ଏହା ମଧ୍ୟ କହିଛନ୍ତି ଯେ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଦୃଢ଼ ଏବଂ ବିକଶିତ ଅର୍ଥନୀତି ଆବଶ୍ୟକ,ଏବଂ ଏହି ଦୃଷ୍ଟିକୋଣକୁ ସାକାର କରିବାରେ ଶିକ୍ଷା ମୁଖ୍ୟ ବାହକ ହେବ। ଏହି ବୈଠକରେ ଉତ୍ତର-ପୂର୍ବ କ୍ଷେତ୍ରର ଶିକ୍ଷା ଏବଂ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର, ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର, ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ ଡକ୍ଟର ବିନୀତ ଯୋଶୀ, ଏଆଇସିଟିଇ, ୟୁଜିସି ଏବଂ ଭାରତୀୟ ଭାଷା ସମିତିର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ରତଲାମ ଆଲୋଟ୍ ସ୍ଥିତ ପିଏମ ଶ୍ରୀ ଜବାହାର ନବଦୋୟ ବିଦ୍ୟାଳୟ ପରିସରରେ ଛାତ୍ରାବାସ ଓ କର୍ମଚାରୀ ଭବନ ବ୍ଯତୀତ ଆଲୋଟ୍ ଠାରେ ସାନ୍ଦିପନୀ ବିଦ୍ୟାଳୟର  ଲୋକାର୍ପଣ କରିଥିଲେ  । ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here