କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି

0
64

By Our Correspondent

PURI/BHUBANESWAR:  କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି .

ଏନେଇ  ଚୁନରା ସେବକ ମାନଂକୁ ସ୍ଵତନ୍ତ୍ର କାର୍ଯ୍ୟାଳୟ ଆଦେଶ ନିର୍ଗମନ କରାଯାଇଛି। ଅପରାହ୍ନ ସମୟରେ କମ୍ ଗହଳି ମଧ୍ଯରେ ଧ୍ଵଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି l

ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହ ଦ୍ଵାର ବାହାର ମାର୍ଗରେ/ରାସ୍ତାରେ ବହୁତ ଭକ୍ତ ଗହଳି କରୁଛନ୍ତି। ଏଣୁ ପରବର୍ତ୍ତୀ ସପ୍ତାହଟି ପାଇଁ ୩.୩୦ ମି ସମୟରେ ଧ୍ଵଜା ବନ୍ଧା ସମାପନ କରିବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି l

ଏନେଇ ଚୁନରା ସେବକ ମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ଯତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ l

LEAVE A REPLY

Please enter your comment!
Please enter your name here