ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନ ପତ୍ରରେ  ରାମ ରାଜ୍ୟକୁ କଳ୍ପନା ପ୍ରସୁତ ବୋଲି ଲେଖା ଯାଇଛି

0
596
: ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନ ପତ୍ରରେ ରାମ ରାଜ୍ୟକୁ କଳ୍ପନା ପ୍ରସୁତ ବୋଲି ଲେଖା ଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ସରକାରଙ୍କ ଷଡଯନ୍ତ୍ର । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ବିଜେପି ରାଜ୍ୟ ମୁଖପାତ୍ର Anil Biswal said

By Our Correspondent

BHUBANESWAR: ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନ ପତ୍ରରେ  ରାମ ରାଜ୍ୟକୁ କଳ୍ପନା ପ୍ରସୁତ ବୋଲି ଲେଖା ଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ସରକାରଙ୍କ ଷଡଯନ୍ତ୍ର । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ପ୍ରଶ୍ନରେ ଲେଖା ହୋଇଛି । ରାମ ରାଜ୍ୟ ଏକ “କଳ୍ପନା ପ୍ରସୂତ’ ରାଜ୍ୟ ଥିଲା ଅର୍ଥ ଏହା ମିଛ ଥିଲା ।  ଯଦି ରାମ ରାଜ୍ୟ ମିଛ ଥିଲା ତାହେଲେ ଭଗବାନ ରାମ ବି ମିଛ ଥିଲେ । ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଂଚାଇଛି ।  ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି କଥା କିଭଳି ଲେଖା ଯାଇପାରିଲା? ଏହାକୁ ନେଇ ସରକାର ଆଇପିସି ସେକ୍ସନ ୨୯୫ ଏ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବା କଥା । ଯଦି ସରକାର ତାହା କରନ୍ତି ନାହିଁ ତାହେଲେ ଆମେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ।

ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଂଚାଇବା ଅନେକ ରାଜନୈତିକ ଦଳର ଅଭ୍ୟାସ । ଦିନେ କଂଗ୍ରେସ ଦଳ ଏଭଳି ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦେଇଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷା ଅନୁଷ୍ଠାନ ।  ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ବିଜୁ ଜନତା ଦଳର ରାଜ୍ୟ ସରକାରର ଏକ ଯୋଜନାବଦ୍ଧ ରାଜନୈତିକ ଷଡଯନ୍ତ୍ର ନୁହେଁ ତ? ଘଟଣାର ସତ୍ୟତା ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ , ବିଜେପି ରାଜ୍ୟ ମୁଖପାତ୍ର.

LEAVE A REPLY

Please enter your comment!
Please enter your name here