ଓଡିଶାରେ ଦ୍ଵିତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ: ରାଜ୍ୟର ଯେକୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟlନୁଷ୍ଠାନ ନିଆଯିବ – ରାଜ୍ୟ ପୋଲିସ ଆରକ୍ଷୀ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ

0
128

By Our Correspondent

BHUBANESWAR:  ଆସନ୍ତା କାଲି ଓଡିଶାରେ ଦ୍ଵିତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଏସଏପି) ଶ୍ରୀ ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା),  ଶ୍ରୀ ସଞ୍ଜୟ କୁମାର, ଆଇ.ଜି.ପି (ପ୍ରୋଭିଜନିଙ୍ଗ) ଶ୍ରୀ ୟତିନ୍ଦ୍ର କୋୟଲ, ଆଇ.ଜି.ପି (ବିପିଏସପିଏ)  ଶ୍ରୀମତୀ ଏସ. ସାଇନୀ, ଆଇ.ଜି.ପି (କ୍ରାଇମ ବ୍ରାଞ୍ଚ) ସଫିନ ଅହମ୍ମଦ, ଏଆଇଜିପି (ମୁଖ୍ୟାଳୟ) ଶ୍ରୀ ବାତୁଳା ଗଙ୍ଗାଧର ଉପସ୍ଥିତ ରହିଥିଲେ ।

ରାଜ୍ୟର ଯେକୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ  ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟlନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଛନ୍ତି l ଏହାସହ ରାଜନୈତିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରାଯିବl ସହ ଦୋଷୀ ସାବ୍ୟସ୍ତ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ପୋଲିସ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛନ୍ତି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ I ରାଜନୈତିକ ହିଂସାକାଣ୍ଡ ସମ୍ପର୍କରେ କୌଣସି ଆଭାସ ମିଳିଲେ ତୁରନ୍ତ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here