ଓଡ଼ିଶାର ସାଂସ୍କୃତିକ ବିଭବକୁ ବିଶ୍ଵସ୍ତରରେ ପ୍ରତିପାଦିତ କରିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସରତ-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

0
257

By Our Correspondent

BHUBANESWAR: ଓଡ଼ିଶାର ସାଂସ୍କୃତିକ ବିଭବକୁ ବିଶ୍ଵସ୍ତରରେ ପ୍ରତିପାଦିତ କରିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସରତ। ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନ ହେଉ ଅବା ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଆ ସଂସ୍କୃତିକୁ ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ପ୍ରତିପାଦିତ କରିବା ହେଉ, ସବୁଥିରେ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ସମାରୋହରେ ଉଦବୋଧନ ଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକ “ସଂସ୍କୃତି ରୁ ସମୃଦ୍ଧି” ଉନ୍ମୋଚନ କରିବା ସହ ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀମାନଙ୍କ ସହ ବିଭିନ୍ନ ଗଠନମୂଳକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here