ଓଡ଼ିଶାର ଐତିହାସିକ ସ୍ଥାନର ସୌନ୍ଦର୍ଯ୍ୟକୁ ପୁନଃସ୍ଥାପାନ କରିବାରେ ୟୁଥ ଫର ସେବା ସଦା ସର୍ବଦା ତତ୍ପର

0
419

By Our Correspondent

BHUBANESWAR:  ଆପଣ କେବେ ଓଡ଼ିଶାର ଖଣ୍ଡଗିରୀ, ଉଦୟଗିରି, ଧଉଳି ଭଳି ଐତିହାସିକ ସ୍ଥାନକୁ ବୁଲି ଯାଇଛନ୍ତି? ତାର ସୌନ୍ଦର୍ଯ୍ୟକୁ କେବେ ଅନୁଧ୍ୟାନ କରିଛନ୍ତି? କେବେ ଇତିହାସକୁ ଖୋଜିଛନ୍ତି? ହେଲେ ସେଇ ସୌନ୍ଦର୍ଯ୍ୟରେ, ସେ ଗୌରବ ମୟ ଇତିହାସରେ ଯଦି କେବେ କଳଙ୍କ ଲାଗିଯାଏ ତେବେ ମନକୁ ବହୁତ କଷ୍ଟ ହୁଏ ।

କିଛି ପର୍ଯ୍ୟଟକ ଏହି ଐତିହାସିକ ସ୍ଥାନକୁ ବୁଲି ଆସନ୍ତି ହେଲେ ସେହି ସୁନ୍ଦର ପଥର ଉପରେ କଳଙ୍କ ବୋଳିଲା ଭଳି ଅନା ବନା କରି ନିଜ ନାମ ଲେଖିପକାନ୍ତି । ବିଭିନ୍ନ ରଙ୍ଗ ତୂଳୀରେ ତାକୁ ଲେଖି ବିକୃତ କରିଦିଅନ୍ତି । ଯୁବ ଯୁବ ବର୍ଗ ନିଜର ସ୍ମୃତି ଲିପିବଦ୍ଧ କରିବାକୁ ଯାଇ ବିଭିନ୍ନ ସମୟରେ ଏମିତି ଲେଖାଲେଖି କରିଦିଅନ୍ତି, ହେଲେ ତାହା ଆମ ଐତିହ୍ୟ ସ୍ଥଳୀର ଗୁରୁତ୍ଵକୁ ହ୍ରାସ କରେ ।

ଏହି ପରିପ୍ରେକ୍ଷୀରେ ଜାତୀୟ ସ୍ତରର ଅନୁଷ୍ଠାନ ଆମ ୟୁଥ ଫର ସେବାର ସ୍ୱେଚ୍ଛାସେବୀ ମାନେ ରବିବାର ଦିନ ସ୍କ୍ରବ ଇଟ୍ (Scrub It) କାର୍ଯ୍ୟକ୍ରମ କରି ଲେଖା ଗୁଡିକୁ ଲିଭାଇଥିଲେ । ଏଏସଆଇର ସହଯୋଗରେ ୟୁଥ ଫର ସେବା ଏହି କାର୍ଯ୍ୟକ୍ରମ ୨୦୧୭ରୁ କରିଆସୁଛି । କାର୍ଯ୍ୟକ୍ରମ ସମୟରେ ଲେଖା ଗୁଡ଼ିକୁ ଲିଭାଇବା ସହ ପର୍ଯ୍ୟଟକ ମାନଙ୍କୁ ସଚେତନ ମଧ୍ୟ କରଯାଇଥିଲା । ଏଥିରେ ମୋଟ ୨୮ ଜଣ ସ୍ଵେଚ୍ଛାସେବୀ ଯୋଡ଼ି ହୋଇଥିବା ବେଳେ ଜ୍ଞାନ ରଞ୍ଜନ ଏହାର ପରିଚାଳନା କରିଥିଲେ ।    

LEAVE A REPLY

Please enter your comment!
Please enter your name here