By Our Correspondent
BHUBANESWAR: ଅନେକ ଦେଶ ଆଜି ଯୁଦ୍ଧ ମୂଖା, ଦେଶବାସୀ ଆଜି ଅପରେସନ ସିନ୍ଦୁର ପାଇଁ ସେନାବାହିନୀ ର ପରାକ୍ରମ କୁ ଧନ୍ୟବାଦ ଦେଉଛି. ଓଡ଼ିଶାରେ ସେନା ର ବୀରତ୍ୱ ପାଇଁ ପରାକ୍ରମ ଯାତ୍ରା କରାଯାଉଛି ତ କେଉଁଠି ଜୟହିନ୍ଦ ସଭା କରାଯାଉଛି , କିନ୍ତୁ ଜୀବନକୁ ବାଜି ଲଗାଇ ସେହି ମାଟି ପାଇଁ ବଳିଦାନ ଦେଉଥିବା ସୈନିକଟିଏ ଆଜି ନିଜ ମାଟିରେ ମାତୃଭୂମି ର ଅଧିକାରରୁ ବଞ୍ଚିତ ହେଉଛି ଅନ୍ୟ ପଟରେ ବିଦେଶୀ ବାଙ୍ଗଲାଦେଶୀ ନାଗରିକ ମାନଙ୍କୁ ସମସ୍ତ ସରକାରୀ ସୁରକ୍ଷା ଦିଆଯାଉଛି |
ସୂଚନାଯୋଗ୍ୟ ଯେ ଭାରତ ସରକାର ଙ୍କ ନିର୍ଦେଶ କ୍ରମେ ସ୍ୱରାଷ୍ଟ୍ର ବିଭାଗ ରିଜୋଲସନ ନଂ 11323-35-29/63 poll ତାରିଖ 14 ମେ 1963, ନଂ 59216 ତାରିଖ 24 ଅକଟୋଵର 1986 ଏବଂ ରାଜସ୍ଵ ବିଭାଗ ସଂକଳ୍ପ ନଂ ଜିଇ(ଜି.ଏଲ)-ଏସ-62/97-19513ରା ତାରିଖ 16 ଏପ୍ରିଲ 1998 ଅନୁସାରେ ଯୁଦ୍ଧ କ୍ଷତ୍ର ଓ forward ଅଞ୍ଚଳରେ ନିଯୁକ୍ତ ଯବାନମାନଙ୍କୁ ପାଞ୍ଚ ଏକର ‘ଜବାନ ସରଂକ୍ଷିତ ଜମି’ ଦିଆଯାଇ ଆସୁଥଲା କିନ୍ତୁ ଜମିର ଅଭାବ ଦର୍ଶାଇ ପୂର୍ବ ସରକାର ଙ୍କ ସ୍ୱରାଷ୍ଟ୍ର ବିଭାଗ ରିଜୋଲସନ ନଂ 7390-poll/2-04/2013 Poll ତାରଖ 19 ଫେବୃଆରୀ 2014 ରେ ପୂର୍ବନିର୍ଦେଶକୁ ବାତିଲ କରିଛନ୍ତି । କିନ୍ତୁ RTI ତଥ୍ୟ ଅନୁସାରେ 2012 ରେ ପ୍ରାୟ 3 ଲକ୍ଷ ଏକର ଜମି ଏଥିପାଇଁ ସରଂକ୍ଷିତ ଥିବାର ଉଲେଖ ରହିଛି। ତେଣୁ ଯବାନ ଲିଜ ଜମି ଅଭାବ ଥିବା କଥା ଅସତ୍ୟ ।
ଅନ୍ୟପଟରେ ଜବାନ ଲିଜ ଜମିକୂ ଅନେକ କ୍ଷତ୍ରରେ ପ୍ରଭାବଶାଳୀ ଲୋକ ଏବଂ ନୟାଗଡ ଜିଲ୍ଲା ର ରଣପୁର ତହସିଲ ରେ ପଥର ଖଣି ମାଫିଆ ମାନଙ୍କୁ ଆବଣ୍ଟନ କରାଯାଇଛି | ସରକାରୀ ଜମିକୁ ବାଂଲାଦେଶ ରୁ ଆସିଥିବା ସରଣାର୍ଥୀ ଙ୍କୁ ଦିଆଯାଉଛି କିନ୍ତୁ ସେହି ଦେଶର ମାଟି ପାଇଁ ବଳିଦାନ ଦେଉଥିବା ଜବାନ ମାନଙ୍କ ଜମିକୁ ସରକାର ଛଡେଇ ନେଇଛନ୍ତି l କେବଳ ନବରଙ୍ଗପୁର, ମାଲକାନଗିରି ଓ ଗଜପତି ଜିଲ୍ଲା ର ତଥ୍ୟ ଅନୁଯାୟୀ 74113 ବାଂଲାଦେଶୀ ସରଣାର୍ଥୀ ଓ 56 ତାମିଲ ସରଣାର୍ଥୀ ରହୁଛନ୍ତୁ l ଅନ୍ୟ ଜିଲ୍ଲା ମାନଙ୍କ ତଥ୍ୟ ଦିଆଯାଇନାହିଁ | ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ବାଙ୍ଗଲାଦେଶ ବିଭାଜନ ପରେ 1986 ରେ କେବଳ 6355 ବିବାଙ୍ଗଲାଦେଶୀ ଶରଣାର୍ଥୀ ଥିଲେ କାଳକ୍ରମେ ଏହା 46848 କୁ ଟପି ଗଲାଣି |
ଆଜି ଅଲ ଓଡିଶା ଭେଟେରାନ ସୋଲଜରସ ଆଶ୍ସୋସିଏସନ ର ଗଭର୍ଣ୍ଣିଙ୍ଗ ବାଡ଼ି ର ମିଟିଂ ରେ ସଂଘର ସଭାପତି ଭେଟେରାନ ପରମେଶ୍ୱର ସ୍ୱାଇଁ ଓଡିଶା ରେ ପୂର୍ବ ସୈନିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ସଂଘ ରେ ଉପ-ସଭାପତି ମଧୁସୂଦନ ଦାସ ଓ ପତିତପାବନ ସେନାପତି, ସେକ୍ରେଟାରୀ ଉମେଶ ଚଇନି, ସଂଯୋଜକ ରତ୍ନାକର ଗୁମାନସିଂ , ଦେବରାଜ ବଳିୟାରସିଂ, ଦେବେନ୍ଦ୍ର ରାଉତ ଆଦି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ | ଓଡିଶା ରେ ପୂର୍ବ ସୈନିକ ମାନଙ୍କୁ କୌଣସି ଚାକିରୀ ନାହିଁ ସେମାନଙ୍କୁ ଠିକl ସଂସ୍ଥା ରେ ରଖାଯାଉଛି ଓ ଅନେକ ସମୟ ରେ ସେମାନେ କିଛି ଅସାଧୁ ଲୋକ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି | ଓଡିଶା ରେ ପୂର୍ବ ସୈନିକ ମାନଙ୍କୁ କୌଣସି ଚାକିରୀ ନାହିଁ ଓ ସେମାନଙ୍କୁ ଠିକl ସଂସ୍ଥା ରେ ରଖାଯାଉଛି ଓ ଅନେକ ସମୟ ରେ ସେମାନେ କିଛି ଅସାଧୁ ଲୋକ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି |
ବିଗତ ଦିନରେ BMC ଏନ୍ଫୋର୍ସମେଣ୍ଟ ସ୍କୁର୍ଡ଼ କୁ ଆକ୍ରମଣ ଘଟଣା ହେଉ କି କାକଟପୁର ରେ TPDCOL ଏଜେନ୍ସି ରେ ଯବାନ କୁ ମରଣାତ୍ମକ ଆକ୍ରମଣ ଘଟଣା ପୂର୍ବ ସୈନିକ ମାନଙ୍କ ସୁରକ୍ଷା ଓ ସମ୍ମାନ କୁ ଆଞ୍ଚ ଆସିଛି | ଏଜେନ୍ସି ରେ ଡିଉଟି କରୁଥିବା ଯବାନ ମାନଙ୍କୁ ପରିଚୟ ପତ୍ର ଦିଆଯାଉନାହିଁ କି EPF ର ସୁବିଧା ଦିଆଯାଉନାହିଁ | ଅଲ ଓଡିଶା ଭେଟେରାନ ସୋଲଜରସ ଆଶ୍ସୋସିଏସନ ଓଡ଼ିଶାରେ ପୂର୍ବ ସୈନିକ ନିଗମ ର ଗଠନ ଓ ସମସ୍ତ ପୂର୍ବ ସୈନିକ ମାନଙ୍କୁ ଏହି ସଂସ୍ଥା ରେ ସାମିଲ କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛି | ଓଡ଼ିଶାର ସହିଦ ମାନଙ୍କୁ ମାନେ ପକାଇବା ପାଇଁ ଭୁବନେଶ୍ୱର କଳିଙ୍ଗନଗର ରେ ଗୋଟିଏ ଯୁଦ୍ଧ ସହିଦ ସହିଦ ସ୍ମାରକ ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଗଲା |

























