By Our Correspondent
BHAWANIPATNA:ଏସବିଆଇ ଫୌଣ୍ଡସନ,ରାମକି ଫୌଣ୍ଡସନ ଏବଂ ଟାଉନ୍ ଉଚ୍ଚ ବିଦ୍ୟାଳୟ ପୁରୁଣାପଡା ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ସ୍ଥାନୀୟ ଟାଉନ୍ ଉଚ୍ଚସ ବିଦ୍ୟାଳୟ ରେ ଏକ ବିଶେଷ ଚାର୍ମ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଯାଇଛି। ବିଦ୍ୟାଳୟ ର ପ୍ରାଧାନ ଶିକ୍ଷକ ଶ୍ରୀ ଗୋରେଖ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୀଇଥିଲା।
ଅନ୍ୟ ଶିକ୍ଷକ ମାନଙ୍କ ଭିତରେ ଶ୍ରୀମତି ଲଳିତା ନାୟକ ଶ୍ରୀମତି ପୁଷ୍ପାଞ୍ଜଳୀ ରଥ ଶ୍ରୀମତି ଅପର୍ଣ୍ଣା ସାହୁ ଶ୍ରୀମତି ରାଜେଶ୍ୱରୀ ପ୍ଟଟନାୟକ ଶ୍ରୀମତି ସରିତା ରଥ ଶ୍ରୀଯୁକ୍ତ ସ୍ଵାଗତ ମହାରଣା ଉପସ୍ତିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ! ଉକ୍ତ କାର୍ଯ୍ୟକ୍ରମରେ ଵିଶେଷ ଚାର୍ମ ବିଶେଷଜ୍ଞ ଡାକ୍ତର ସାରଦା ମିଶ୍ର ଙ୍କ ତତ୍ୱ ବାଧାନ ରେ ଏହି ଶିବିର ଅୟୋଜିତ ହେଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ଅନୁନ୍ୟା ୩୧୦ ଛାତ୍ର ଛାତ୍ରୀଙ୍କୁ ଚାର୍ମ ରେଗ ପରୀକ୍ଷା କରିବା ୨୧୫ ଜଣଙ୍କୁ ଔଷଧ ପ୍ରଦାନ କରାଯିବା ସହ ଚାର୍ମ ସଚେତନତା କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କ ,ରାମକି ଫୌଣ୍ଡସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫୌଣ୍ଡସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା ନର୍ସି ଶ୍ରୀମତୀ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ_ରୂପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

























