ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ

0
79

By Our Correspondent

BHUBANESWAR:  ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରେ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା।ପ୍ରାୟ ୨୦ ଏକର ପରିମିତ ସ୍ଥାନରେ ପ୍ରଥମ ଥର ପାଇଁ ବାଲିଯାତ୍ରା ମହୋତ୍ସବ ଆୟୋଜନ ହୋଇଛି।

ଆଜି କାର୍ତ୍ତିକ ପୁର୍ଣ୍ଣିମାରେ ରାତି ୩ଟାରୁ ଡଙ୍ଗାଇସା ପରେ ଭୋର୍ ୪ଟାରୁ ରଙ୍ଗିଲା ଡ୍ୟାନ୍ସଗ୍ରୁପ୍ ପକ୍ଷରୁ ଭଜନ ପରିବେଷଣ ହୋଇଥିଲା।ଏଥିରେ ଅଭିନେତ୍ରୀ ଅର୍ଜିତା ସାହୁ ଙ୍କ ସହ ବହୁ କଳାକାର ଯୋଗଦେଇଥିଲେ। ସକାଳ ୭ଟା୧୫ରେ ବୋଇତ ବନ୍ଦାଣ ଉତ୍ସବ କୁ ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୋଇଡ ବନ୍ଦାଣ ଉତ୍ସବର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ରେ କମିଟିର ସାଧାରଣ ସମ୍ପାଦକ କବିରାଜ ସ୍ବାଇଁ, ଭୁବନେଶ୍ୱର ବ୍ଲବ୍ ଅଧକ୍ଷ ନିରୁପମା ସାହୁ, ମଣ୍ଡଳ ସଭାପତି ଅରୁଣ ପୁରୋହିତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁଭାଷିନୀ ପୃଷ୍ଟି, ସୁନିଲ ସ୍ବାଇଁ, ସତ୍ୟବ୍ରତ ନାୟକ, ତାପସ ଦଳାଇ ପ୍ରମୁଖ ସାମିଲ ହୋଇଥିଲେ।ସନ୍ଧ୍ୟାରେ କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ ହୋଇଥିଲା।

ସଂଧ୍ୟା ରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,କମିଟିର ଉପଦେଷ୍ଟା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କମିଟି ର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ, କମିଟିର ସାଧାରଣ ସଂପାଦକ କବିରାଜ ସ୍ବାଇଁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ସୁଜାତା ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।ଶୀତୁଆ ରାତିରେ ରାଜଧାନୀ ବାସୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀ ତଥା ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁର ପାଟଣା ଓ ବାସୁଆଘର ମୁରବି ଓ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଥମଥର ଲାଗି ଏକାମ୍ର ବାଲିଯାତ୍ରା ମହୋତ୍ସବ-୨୦୨୪ ଆୟୋଜନ କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସର ଟ୍ରାଫିକ ଓ ବଡ଼ଗଡ଼ ଥାନା ପୁଲିସ ସହାୟତାରେ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପଡ଼ିଆର ବିଭିନ୍ନ ସ୍ଥାନରେ ୬୪ଟି (ସିସିଟିଭି) ଖଞ୍ଜା ହୋଇଛି। ବିଭିନ୍ନ ଦୋଳି ସହ ଖାଇବା ଷ୍ଟଲ୍, ମିନାବଜାର ର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ  ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା।କଳିଙ୍ଗ ସାଧବ ମାନଙ୍କର ସାଗର ଯାତ୍ରାର ସେହି ସ୍ୱର୍ଣ୍ଣିମ ପରମ୍ପରା ଓ ଐତିହ୍ୟ ଗାଥା ଆଜି ବୋଇତ ବନ୍ଦାଣ ମହୋତ୍ସବର ପରିଚୟ ପାଇବା ସହ ଓଡିଶାରେ ଏକ ପାର୍ବଣରେ ପରିଣତ ହୋଇସାରିଛି। ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ,ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ ।ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ ହେଲା।

ଯୋଗଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଆଦି ଦ୍ୱୀପପୁଞ୍ଜକୁ ଯାଇ ବଣିଜ ବେପାର କରୁଥିଲେ । ସେମାନେ ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ସବୁ ଜାଗାରେ ପଂହଚାଉଥିଲେ । ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା। ବିଧାୟକ ବାବୁ ସିଂ କହିଛନ୍ତି ଯେ,ବୋଇତ ବନ୍ଦାଣ ପରମ୍ପରା ପ୍ରାଚୀନ ଉତ୍କଳୀୟ ସଂସ୍କୃତିର ଏକ ପ୍ରତିଛବି ।

ବହୁ ପ୍ରାଚୀନ ଯୁଗରୁ ଆମ ସାଧବପୁଅ ମାନେ ଐତିହାସିକ, ଦୁଃସାହସିକ ସାଗର ଯାତ୍ରା କରି ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଏବଂ ବ୍ରହ୍ମଦେଶ ଆଦି ଦେଶ ଗୁଡିକରେ ସଫଳତାର ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିପାରିଥିଲେ ଏବଂ ବିଶ୍ୱ ଦରବାରରେ ଓଡ଼ିଆଜାତିର ସାହସ ଏବଂ ବୀରତ୍ୱକୁ ନେଇ ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ l କଓଡ଼ିଆ ଅସ୍ମିତାର ସୁରକ୍ଷା ହେଉଛି ଏହି ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ର ମୂଳ ଲକ୍ଷ୍ୟ।ଓଡ଼ିଶାର ପୁରାତନ ଅର୍ଥନୈତିକ ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ।ଓଡ଼ିଶାର ସାଧବ ପୁଅଙ୍କ ଗାଥା ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି।କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ସାଧବପୁଅ କୀର୍ତିକୁ ମନେ ପକାଯାଏ।ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା ବୋଲି ଶ୍ରୀ ସିଂ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here