ଉତ୍କର୍ଷ ଓଡ଼ିଶା– ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫- ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏହାର ଲୋଗୋ ଉନ୍ମୋଚନ ସମାରେହ ଭୁବନେଶ୍ୱରଠାରେ ଅନୁଷ୍ଠିତ

0
43

By Our Correspondent

BHUBANESWAR: ପ୍ରଗତିର ନୂତନ ସୂର୍ଯ୍ୟୋଦୟ,୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ। ଦ୍ରୁତ ଶିଳ୍ପାୟନ ଲକ୍ଷ୍ୟ ନେଇ ଓଡ଼ିଶାରେ ଆୟୋଜିତ ହେଉଛି ଉତ୍କର୍ଷ ଓଡ଼ିଶା– ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏହାର ଲୋଗୋ ଉନ୍ମୋଚନ ସମାରେହ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି।

ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ନିବେଶକମାନଙ୍କୁ ସ୍ୱାଗତ କରାଯାଇଛି।

ଉତ୍କର୍ଷ ଓଡ଼ିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ ଏହା ନିବେଶକମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ।

ଓଡ଼ିଶାକୁ ନେଇ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ପଷ୍ଟ- ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ, ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଆକୃଷ୍ଟ କରିବା ଏବଂ ସମୃଦ୍ଧ ଉତ୍କଳୀୟ ପରମ୍ପରାର ବିକାଶ ପାଇଁ ପ୍ରୟାସ କରିବା।

ଏହି ଲୋଗୋର ଉନ୍ନୋଚନ ଆଜି ଓଡ଼ିଶାକୁ ଭାରତର ଏକ ପ୍ରମୁଖ  ନିବେଶସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here