By Our Correspondent
BHUBANESWAR: : ପ୍ରଜ୍ଞାପ୍ରବାହ ସ°ଗଠନ ତରଫରୁ ଆସନ୍ତା ମାସ ଏପ୍ରିଲ ୧୭ ଓ ୧୮ ତାରିଖରେ ଭୁବନେଶ୍ୱର ରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପ୍ରଜ୍ଞାମନ୍ଥନ କାର୍ଯ୍ୟକ୍ରମ। “ଭାରତୀୟ ସମ୍ବିଧାନ ଓ ହିନ୍ଦୁତ୍ବ “ ଉପରେ ପର୍ଯ୍ୟବେଶିତ ହେବ ଏହି କାର୍ଯ୍ୟକ୍ରମ । ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ରହୁଥିବା ରାଷ୍ଟ୍ରବାଦୀ ବିଦ୍ବାନ୍ ଗବେଷକ ତଥା ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରି ଏକ ବୈଚାରିକ କର୍ମଶାଳା ର ଆୟୋଜନ କରାଯିବ।
ଶନିବାର ସନ୍ଧ୍ୟା ରେ ଭୁବନେଶ୍ୱର ୟୁନିଟ ୮ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ରେ ସ°ଗଠନ ର ଓଡ଼ିଶା ପୂର୍ବପ୍ରାନ୍ତ ସ°ଯୋଜକ ରବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏହି କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଛି। ଏଥିରେ ପ୍ରଜ୍ଞାପ୍ରବାହ ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତଥା ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଅବସରରେ ଏକ ସ୍ମରଣିକା ପ୍ରକାଶନ କରାଯିବା ସହ ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟ ସ୍ତରରେ ଭାରତୀୟ ସମ୍ବିଧାନ ତଥା ହିନ୍ଦୁତ୍ବ ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିମର୍ଷ ତଥା ଵିତର୍କର ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।
ଏହି ପ୍ରସ୍ତୁତି ବୈଠକ ରେ ପ୍ରଜ୍ଞାପ୍ରବାହ ର ଓଡ଼ିଶା ପୂର୍ବପ୍ରାନ୍ତ ସ°ଯୋଜକ ଶ୍ରୀଯୁକ୍ତ ପଣ୍ଡାଙ୍କ ସହ- ସ°ଯୋଜକ ଇଞ୍ଜିନିୟର ଶିବ ନାରାୟଣ ବାରିକ, ଭୁବନେଶ୍ୱର ଜିଲ୍ଲା ସହ-ସ°ଯୋଜକ ଗୌରୀ ପ୍ରସାଦ ତ୍ରିପାଠୀ, ଦୁର୍ଯ୍ୟୋଧନ କାଠୁଆ, ସୁଶ୍ରୀ ସଂଗୀତା ସାହୁ, ଡଃ ଭିୟତପ୍ରଜ୍ଞା ଆଚାର୍ଯ୍ୟ, ସୁବ୍ରତ କୁମାର ନାୟକ,, ବିଭୁ ପ୍ରସାଦ ନାୟକ, ରଘୁ ନାଥ ଦାଶ, ପତଞ୍ଜଳି କର ଶର୍ମା ଏବଂ ପ୍ରଦୀପ ଭାଇ ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ ସ°ଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

























