ଆମ ସରକାର ମାତ୍ର ସାତ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆମ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି-ମୁଖ୍ୟମନ୍ତ୍ରୀ

0
348

By Our Correspondent

BHUBANESWAR:  ଆପଣମାନେ ଜାଣନ୍ତି ଯେ, ଆମ ସରକାର ମାତ୍ର ସାତ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆମ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି, ମୁଖ୍ୟମନ୍ତ୍ରୀ.

ବର୍ତ୍ତମାନର ବିଭନ୍ନ ଆହ୍ୱାନର ମୁକାବିଲା କରିବା ସହିତ ସାଢେ ଚାରିକୋଟି ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରୁଛୁ। ତଦନୁଯାୟୀ, ଆମେ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛୁ।

ଭବିଷ୍ୟତର ରୂପରେଖ ମଧ୍ୟରେ ଆମର ଲକ୍ଷ୍ୟ ହେଉଛି, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ  ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ଗ୍ରୋଥ୍ ଇଂଜିନ୍ ଭାବରେ ଗଢି ତୋଳିବା।

ସେହି ଲକ୍ଷ୍ୟ ନେଇ, ଆମେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରିବା ସହିତ ଦେଶ  ଓ ସାରା ବିଶ୍ୱର ପ୍ରମୁଖ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରୁଛୁ।

ସେହି ପରିପ୍ରେକ୍ଷୀରେ ମୁଁ ଆମ ଟିମ୍ ଓଡିଶାର ନେତୃତ୍ୱ ନେଇ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ସୋ କରିବା ସହ ସିଙ୍ଗାପୁର ମଧ୍ୟ ଗସ୍ତ କରିଥିଲି।

ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିବା ସହ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲି । ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ  ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲି।

ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆମ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ MoU କରିଛନ୍ତି । ଏହି ୮ଟି MoU ଦ୍ୱାରା ଆମେ ଓଡିଶା ପାଇଁ ୮ଟି Clear-cut Outcome ର ଲକ୍ଷ୍ୟ ରଖିଛୁ । ଏଗୁଡିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଆମ ରାଜ୍ୟ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ ।

ଇଡ୍‌କୋ ସହ ସିଙ୍ଗାପୁରର ସେମ୍ବକର୍ପ (Sembcorp) ର MoU ଜରିଆରେ ଓଡିଶାରେ ବିଶ୍ୱ ସ୍ତରୀୟ Multi-Product Industrial Park ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଏହି ପାର୍କ ଗୁଡିକରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବା ସହିତ ଏହି ପ୍ରୋଜେକ୍ଟ ଗୁଡିକ ଯେପରି Sustainable ହେବ, ସେଥିପ୍ରତି ମଧ୍ୟ ସଦାସର୍ବଦା  ଦୃଷ୍ଟି ଦିଆଯିବ।

ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ MoU ହୋଇଛି। ଏଥିରେ ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରୀନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହା ଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ।

ଇପିକଲ୍ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା MoU ଅନୁଯାୟୀ ପାରାଦୀପ PCPIR ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଏଥିରେ ମୁଖ୍ୟତଃ Sustainability, Renewable Energy ଓ Value Added Manufacturing ଉପରେ ଫୋକସ୍ ରହିବ।

ବି.ଡି.ଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ MoU ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।

ଆମ ସରକାରଙ୍କ ଶକ୍ତି ବିଭାଗ, Bhubaneswar IIT  ଓ ସିଙ୍ଗାପୁରର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ମଧ୍ୟରେ ଏକ ତ୍ରି-ପାକ୍ଷିକ MoU କରାଯାଇଛି। ଏହାଦ୍ୱାରା ଭବିଷ୍ୟତରେ ଆମର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର   ବାହାର କରାଯିବ ।

ଓଡିଶା ଇଲେକ୍ଟ୍ରୋନିକ୍‍ସ ଓ ଆଇ.ଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍‍ସ ଓ ଟେକ୍ନୋଲୋଜି ନେଟ୍‍ୱାର୍କ୍ ଏବଂ GFTN ସହିତ ଯେଉଁ MoU ହୋଇଛି, ସେଥିରୁ ଆମେ ଫାଇନାନ୍‍ସିଆଲ୍ ଟେକ୍ନୋଲୋଜି ଇକୋସିଷ୍ଟମର ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏହା ଦ୍ୱାରା ଫିନ୍‌ଟେକ୍  କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ଇନୋଭେସନ୍  ପାଇଁ ମଧ୍ୟ  ସୁଯୋଗ ସୃଷ୍ଟି ହେବ।

ଆଧୁନିକ ସହରାଞ୍ଚଳ ଯୋଜନା ଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍‍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଆପଣମାନେ ଜାଣନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ୍ ରହିଛି । ମୋଦୀଜୀଙ୍କ ପୂର୍ବଦୋୟ ଯୋଜନାରେ ଓଡିଶାର ବିକାଶକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଡବଲ ଇଂଜିନ୍ ସରକାରରେ ମିଳିତ ସହଯୋଗ ଯୋଗୁ, ଆମର ବିକାଶମୂଖୀ ପଦକ୍ଷେପ ତ୍ବରାନ୍ବିତ ହେଉଛି।

 

LEAVE A REPLY

Please enter your comment!
Please enter your name here