By Our Correspondent
BHUBANESWAR: ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲା।
ଗ୍ରାମାଞ୍ଚଳ ବିକାଶକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଅନ୍ତର୍ଭୁକ୍ତ ଖୋର୍ଦ୍ଧାରେ ₹୯୫ କୋଟିର ୨୭୬୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହିସବୁ ପ୍ରକଳ୍ପ ଦ୍ଵାରା ଖୋର୍ଦ୍ଧାର ୭ଟି ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍ରେ ୧୯୦ଟି ଗ୍ରାମପଞ୍ଚାୟତର ଲୋକେ ବିଶେଷ ଭାବେ ଉପକୃତ ହେବେ।
ଲୋକଙ୍କ ମତାମତ ଭିତ୍ତିରେ ସେବା ପ୍ରଦାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଏହି ଅବସରରେ ଜନମତକୁ ଭିତ୍ତିକରି ଖୋର୍ଦ୍ଧା ଜିଲ୍ଲାରେ ୫୭ଟି ପ୍ରକଳ୍ପ ପାଇଁ ୧୧୬୦.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସବୁ ପ୍ରକଳ୍ପ ଲୋକଙ୍କ କଲ୍ୟାଣ ସହ ଜିଲ୍ଲା ପ୍ରଗତିଧାରାକୁ ଆହୁରି ତ୍ୱରାନ୍ୱିତ କରିବ।