By Our Correspondent
BHUBANESWAR: ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ ପ୍ରସଙ୍ଗରେ ବିଜେଡିର ହସ୍ତକ୍ଷେପ ପରେ ରାଜ୍ୟ ସରକାରଙ୍କୁ ନୋଟିସ୍।
କୋରାପୁଟ ଗୁନେଇପଦା ଏସସିଏସଟି ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଅନୁସୂଚିତ ଜନଜାତି କମିଶନ ନୋଟିସ୍ କରିଛନ୍ତି।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ନୋଟିସ୍ ହୋଇଛି।
ବିଜୁ ଜନତା ଦଳର ଅଭିଯୋଗକୁ ଭିତ୍ତି କରି ଏହି ପଦକ୍ଷେପ ନିଆଯାଇଛି।

























