ଆଗାମୀ ୫ ବର୍ଷ ପାଇଁ ଧାର୍ଯ୍ୟ ସର୍ବନିମ୍ନ ୩୦ ହଜାର କିମି ଗ୍ରାମ୍ୟ ରାସ୍ତା ନିର୍ମାଣର ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନିର୍ଦ୍ଦେଶ

0
80

By Our Correspondent

BHUBANESWAR:  ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଡିଭିଜନ୍‌ର କାର୍ଯ୍ୟ ଓ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ.

୨୦୨୩ ଅକ୍ଟୋବର ୩୧ ତୁଳନାରେ ୨୦୨୪ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ଯ ଯୋଜନାରେ ବିଭାଗ ପ୍ରାୟ ୧୧୦୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥରାଶି ଖର୍ଚ୍ଚ କରିପାରିଛି।

ଆଗାମୀ ୫ ବର୍ଷ ପାଇଁ ଧାର୍ଯ୍ୟ ସର୍ବନିମ୍ନ ୩୦ ହଜାର କିମି ଗ୍ରାମ୍ୟ ରାସ୍ତା ନିର୍ମାଣର ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here