ଆଗାମୀ ଦୁଇ ଦିନ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ୨୦, ୨୧ ଏବଂ ୨୨ ତାରିଖରେ  ପାଗ ମୁଖ୍ୟତ ଶୁଖିଲା ରହିବ

0
286

By Our Correspondent   

BHUBANESWAR:   ଆଗାମୀ ଦୁଇ ଦିନ ପଶ୍ଚିମା -ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ୨୦, ୨୧ ଏବଂ ୨୨ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା.

ଆଜି ସକାଳ ସମୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ମଧ୍ୟମ-ଧରଣର କୁହୁଡି ଅନୁଭୂତ ହୋଇଥିବା ବେଳେ  ସର୍ବନିମ୍ନ  ଦୃଶ୍ୟମାନ ଦୂରତା ୨୦୦ମିଟର ରେକର୍ଡ ହୋଇଛି.

ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ .ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ  ସର୍ବାଧିକ ୧୨.୨ ମିମି ଏବଂ ଟାଙ୍ଗରପଲ୍ଲୀ ଠାରେ ୧୦.୪ ମିମି ବର୍ଷା ରେକର୍ଡ.

LEAVE A REPLY

Please enter your comment!
Please enter your name here