ଆଗାମୀ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଅନବସର ଏବଂ ରଥଯାତ୍ରା ସମ୍ପର୍କିତ ନୀତି ସମ୍ପାଦନ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ଯ ଆସନ୍ତା ତା 29-04-2025 ଠାରୁ ତା.27-06-2025 ରିଖ ପର୍ଯ୍ୟନ୍ତ ପ୍ରାୟ 2 ମାସ ଧରି ସ୍ଥଗିତ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି

0
366

By Our Correspondent

PURI/BHUBANESWAR:  ଆଗାମୀ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଅନବସର ଏବଂ ରଥଯାତ୍ରା ସମ୍ପର୍କିତ ନୀତି ସମ୍ପାଦନ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ଯ ଆସନ୍ତା ତା 29-04-2025 ଠାରୁ ତା.27-06-2025 ରିଖ ପର୍ଯ୍ୟନ୍ତ ପ୍ରାୟ 2 ମାସ ଧରି ସ୍ଥଗିତ ରହିବ ।

ଆଜି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଅଛି। ବୈଠକରେ ASI ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ,

ଛତିଶାନିଯୋଗ ନାୟକ, ଭଣ୍ଡାର ମେକାପ, ତଢାଉକରଣ, ଦେଉଳକରଣଙ୍କ ସମେତ ସମ୍ପୃକ୍ତ ବରିଷ୍ଠ ସେବକ ମାନେ ଉପସ୍ଥିତ ଥିଲେ ।

ଆଗମୀ ଦିନରେ ନୀତି ବହୁଳତା ଦୃଷ୍ଟିରୁ ମରାମତି କାର୍ଯ୍ଯ ସ୍ଥଗିତ ରଖାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ନଜରରେ ରଖି ଆଜିର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ASI ପକ୍ଷରୁ ରତ୍ନ ଭଣ୍ଡାର ସଂରକ୍ଷଣ କାର୍ଯ୍ଯ ଅଗ୍ରଗତି  ନେଇ ବିସ୍ତୃତ ସୂଚନା ଦିଆଯାଇଥିଲା।

ଡିସେମ୍ବର 17 ତାରିଖରୁ ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ଯ ଆରମ୍ଭ ହୋଇଥିଲା, ଏବଂ ବିଭିନ୍ନ ସମୟରେ ବିଶେଷ ନୀତି ସକାଶେ କାର୍ଯ୍ଯ ବନ୍ଦ ରହିଥିଲେ ହେଁ ଅପ୍ରେଲ 25 ସୁଦ୍ଧା 193 ଘଣ୍ଟା 5 ମିନିଟ୍ ର କାର୍ଯ୍ଯ ହୋଇସାରିଛି। ସ୍ଥାୟୀ ମରାମତି ଓ ସଂରକ୍ଷଣକୁ ଦୃଷ୍ଟିରେ ରଖି ASI ଏହି ସମ୍ବେଦନଶୀଳ କାର୍ଯ୍ଯକୁ ଗୁରୁତ୍ବର ସହ ସମ୍ପାଦନ କରୁଥିବାରୁ ମୁଖ୍ଯ ପ୍ରଶାସକ ASI କର୍ତ୍ତୃପକ୍ଷଂକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here