ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରେଂଜ ଆଇ.ଜି , ଡି.ଆଇ.ଜି ଙ୍କ ସହ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଙ୍କ ଭି.ଡି.ଓ କନ୍ଫରେନ୍ସିଂ ବୈଠକ

0
255
ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନକୁ ଅବାଧ, ଅପରାଧମୁକ୍ତ, ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

By Our Correspondent

CUTTACK/BHUBANESWAR:  ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନକୁ ଅବାଧ, ଅପରାଧମୁକ୍ତ, ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 ଭାରତର ନିର୍ବାଚନ ଆୟୋଗଙ୍କ ସମସ୍ତ ନିୟମାବଳୀକୁ  ସଠିକଭାବେ ପାଳନ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ଵାରୋପ କରିଛନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବେବେଦନଶୀଳ ସ୍ଥାନ ଗୁଡିକରେ ବ୍ଲକିଙ୍ଗ ଓ ଗାଡି ମଟରର ଯାଞ୍ଚ  କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ  ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ଡିଜିପି ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜିର ଏହି ବୈଠକରେ ଡିଜିପି ଶ୍ରୀ ଷଡ଼ଙ୍ଗୀ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ରେଂଜର ଆଇ.ଜି ଓ ଡି.ଆଇ.ଜି ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍‌.ଆର୍‌.ପି.ସି), ନିର୍ଦ୍ଦେଶକ (ଏସ୍.ସି.ଆର.ବି), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି), (ଗୁଇନ୍ଦା) ନିର୍ଦ୍ଦେଶକ , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ପୋଲିସ କମିଶନର (ଭୁବନେଶ୍ବର-କଟକ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଲୱେ ଏବଂ କୋଷ୍ଟାଲ ସିକ୍ଯୁରିଟି), ଆଇ.ଜି.ପି (ପ୍ରୋଭିଜନିଙ୍ଗ), ଆଇ.ଜି.ପି (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା), ଆଇ.ଜି.ପି (ପର୍ସୋନେଲ), ଆଇ.ଜି.ପି (କମ୍ୟୁନିକେସନ), ଆଇ.ଜି.ପି (ଗୁଇନ୍ଦା), ଡି.ଆଇ.ଜି.ପି (ଏସଆଇଡବ୍ଲୁ), ଡିସିପି (କଟକ), ଏ.ଆଇ.ଜି.ପି (ହେଡକ୍ୱାର୍ଟସ)  ପ୍ରମୁଖ ପୋଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ୤

ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଗୁଡିକ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ୤

୧. ସାମାଜିକ ଗଣମାଧ୍ୟମରେ ନିର୍ବାଚନ ଅପରାଧ ସମ୍ପର୍କିତ ମାମଲା ।        ୨. ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ନିର୍ବାଚନ ସମ୍ପର୍କିତ ହିଂସା ।  ୩ . ଅବକାରୀ ଧରପଗଡ ଏବଂ ବେଆଇନ ମଦ ସମ୍ପର୍କିତ ଅପରାଧ ମ୍ୟାପିଙ୍ଗ୍ । ୪ . ଏନଫୋର୍ସମେଣ୍ଟର କାର୍ଯ୍ୟକାରିତା ।(କ) NBW ର କାର୍ଯ୍ୟକାରିତା (ଖ) ଅବକାରୀ ମାମଲା । (ଗ) ଏନଡ଼ିପିଏସ ମାମଲା ।(ଘ) ବେଆଇନ ମରଣାସ୍ତ୍ର । (ଙ) ବେଆଇନ ମଦ କାରବାର  ।(ଚ) ସମ୍ବେଦନଶୀଳ ସ୍ଥାନଗୁଡିକରେ ବ୍ଲକିଙ୍ଗ ଏବଂ ରାଜ୍ୟର ସୀମା ତନଖି ଫାଟକ  ଗୁଡିକରେ କଡାକଡି ଯାଞ୍ଚ ।୫ . ପ୍ରତ୍ୟେକ ମତଦାନ କେନ୍ଦ୍ରଗୁଡିକର ଉପଯୁକ୍ତ ସମୀକ୍ଷା ।୬ . ମାନବ ସମ୍ବଳ ସମ୍ପର୍କିତ ।୭ . ପୋଷ୍ଟାଲ ବାଲାଟର ପ୍ରସ୍ତୁତି ।୮. ମତଦାନ କେନ୍ଦ୍ରଗୁଡିକରେ ସେକ୍ଟର ପୋଲିସ ଅଧିକାରୀଙ୍କ ନିୟୋଜନ |

LEAVE A REPLY

Please enter your comment!
Please enter your name here