ଅନୁମୋଦନ ମିଳିନଥିବା ବିଏସ୍ଏସ୍ ନାମକ ଏକ ତାମିଲନାଡୁ ସଂସ୍ଥା ଏବଂ ଏନସିଭିଆରଟି ନାମକ ଆଉ ଏକ ଅଣଓଡିଆ ସଂସ୍ଥା ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୧୬ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯେଉଁଥିରୁ ୮ଟିର ଆଦୈା ସ୍ଥିତି ନାହିଁ

0
287
ଓଡିଶା ଆଜି ଏକ ଦୁର୍ନୀତି ପ୍ରଦେଶରେ ପରିଣତ ହୋଇଛି । ସ୍ୱଚ୍ଛ ଶାସନର ମିଛ ଡିଣ୍ଡିମ ଏ ରାଜ୍ୟ ସରକାର ପିଟୁଛନ୍ତି ତାହା କେବଳ ଏକ ପ୍ରହେଳିକା । ଅତୀତରେ ଆମେ ଖଣି, ପାଣି ବିଭିନ୍ନ ପ୍ରକାର ଲୁଟ୍ କଥା ଓଡିଶାରେ ସାମ୍ନାକୁ ଗଣମାଧ୍ୟମ ଆଣିଛି । ପାଇଖାନା ପର୍ଯ୍ୟନ୍ତ ରାଜ୍ୟ ସରକାର ତଥା ଶାସକ ଦଳ ଓଡିଶାରେ ଗରୀବ ଲୋକଙ୍କ ଠାରୁ ଖାଇଯାଇଛନ୍ତି । , ଯୁବମୋର୍ଚ୍ଚା ରାଜ୍ୟ ସଭାପତି Avilash Panda said.

By Our Correspondent  

BHUBANESWAR:   ଓଡିଶା ଆଜି ଏକ ଦୁର୍ନୀତି ପ୍ରଦେଶରେ ପରିଣତ ହୋଇଛି । ସ୍ୱଚ୍ଛ ଶାସନର ମିଛ ଡିଣ୍ଡିମ ଏ ରାଜ୍ୟ ସରକାର ପିଟୁଛନ୍ତି ତାହା କେବଳ ଏକ ପ୍ରହେଳିକା । ଅତୀତରେ ଆମେ ଖଣି, ପାଣି ବିଭିନ୍ନ ପ୍ରକାର ଲୁଟ୍ କଥା ଓଡିଶାରେ ସାମ୍ନାକୁ ଗଣମାଧ୍ୟମ ଆଣିଛି । ପାଇଖାନା ପର୍ଯ୍ୟନ୍ତ ରାଜ୍ୟ ସରକାର ତଥା ଶାସକ ଦଳ ଓଡିଶାରେ ଗରୀବ ଲୋକଙ୍କ ଠାରୁ ଖାଇଯାଇଛନ୍ତି । , ଯୁବମୋର୍ଚ୍ଚା ରାଜ୍ୟ ସଭାପତି Avilash Panda said.

ବର୍ତମାନ ଆଉ ଗୋଟିଏ ପାଦ ଆଗକୁ ଯାଇ ଓଡିଶାର ଛାତ୍ରଛାତୀ ଓ ଯୁବବର୍ଗମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମଧ୍ୟ ହଡପ୍ କରିଛି ବିଜେଡି ସରକାର । ସ୍କୋଲାରସିପ୍ ଏବଂ ବିଶେଷ ଭାବେ ଦକ୍ଷତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ସିଧାସଳଖ ବାଟମାରଣା କରାଯାଇଥିବାର ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ ।

ଏସ୍‌ଟି ଏସ୍‌ସି ଛାତ୍ରଙ୍କ ବୃତି ଓ ଦକ୍ଷତା ବିକାଶ ପାଂଠି ହଡପ୍ ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଯୁବମୋର୍ଚ୍ଚା । ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହେଉଥିବା ଆନ୍ଦୋଳନ ପରବର୍ତୀ ସମୟରେ ତୃଣମୁଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ କରାଯିବ ।

ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଛାତ୍ର, ଯୁବକ, ଅଣକୁଶଳୀ ଯୁବକଙ୍କ ଦକ୍ଷତା ବିକାଶପାଇଁ ପୋଷ୍ଟ ମାଟ୍ରିକ୍ ସ୍କୋଲାରସିପ୍ ବା ମେଧାବୃତି ନାମରେ ଦୁଇଟି ସ୍କୋଲାରସିପ୍ ସରକାରଙ୍କ ଅନୁସୁଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନିପାତ କରିବା ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଂକ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇଲେ । ପ୍ରତ୍ୟେକ ବିଭାଗରେ ଡିବିଟି ସେଲ୍ ଗଠନ କରାଯାଇ ହିତାଧିକାରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଗଲା ।

ମାତ୍ର ଓଡିଶାରେ ଏହାର ବ୍ୟତିକ୍ରମ କରାଗଲା । ସିଏଜି ରିପୋର୍ଟ ଅନୁଯାୟୀ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କୈାଣସି ସେଲ୍ ଗଠନ କରାଗଲା ନାହିଁ । ଭୁଲ୍ ତଥ୍ୟ ଓ ଆଧାର ସଂଯୋଗ କରାଯାଇ ଭୁତ ଛାତ୍ରଛାତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ବୃତି ହରୁଲୁଟ କରାଗଲା । ସେହିପରି ୨ଟି ସାଂପଲ ଜିଲ୍ଲାରେ ୨ ଟି ଅଣଓଡିଆ ସଂସ୍ଥା ଦ୍ୱାରା ପାଖାପାଖି ୧୫.୭୯ କୋଟି ଟଙ୍କାର ଦକ୍ଷତା ବିକାଶ ପାଂଠି କେଳେଙ୍କାରୀ ହୋଇଥିବା ସିଏଜି ରିପୋର୍ଟରେ ଖୁଲାସା ହୋଇଛି । ତାଲିକାର ପାଖାପାଖି ୩୦ ରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀ ବୃତି ପାଇବାରୁ ବଂଚିତ ହୋଇଛନ୍ତି ଏବଂ ତାହା ମଧ୍ୟରୁ ଅର୍ଦ୍ଧାଧିକ ଭୁତ ଛାତ୍ରଛାତ୍ରୀ । ଚଂଚକତା କରାଯାଇ ଭୁତ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନକୁ ଏହି ଛାତ୍ରବୃତି ଟଙ୍କା ଦିଆଯାଇଛି ।

ଆଜି ତାମିଲନାଡୁରୁ ବେପାରୀମାନେ ଆସି ଓଡିଆମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିଚାଲିଛନ୍ତି । ଅନୁମୋଦନ ମିଳିନଥିବା ବିଏସ୍‌ଏସ୍ ନାମକ ଏକ ତାମିଲ ସଂସ୍ଥା ଏବଂ ଏନସିଭିଆରଟି ନାମକ ଆଉ ଏକ ଅଣଓଡିଆ ସଂସ୍ଥା ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୧୬ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯେଉଁଥିରୁ ୮ଟିର ଆଦୈା ସ୍ଥିତି ନାହିଁ ।

ସେହିଭଳି ଆଉ ଗୋଟିଏ ଅନୁଷ୍ଠାନର ମୋଟ କାପାସିଟି ୬୦ ହୋଇଥିବାବେଳେ ୭୨୦ଙ୍କୁ ପ୍ରଶିକ୍ଷିତ କରାଯାଉଥିବାର ଦର୍ଶାଇ ବ୍ୟାପକ ପରିମାଣର ଟଙ୍କା ବାଟମାରଣା କରାଯାଉଛି । ଏହି ଦୁଇଟି ସଂସ୍ଥା ୧୫.୭୯ କୋଟି ଟଙ୍କା ଲୁଟି ନେଇଗଲେ ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି ।

ବାଲେଶ୍ୱରର ଚର୍ଚ୍ଚ କ୍ୟାଂପସରେ ଥିବା ବ୍ୟାଂକରେ ଏସଏସଆଇଟି ସଂସ୍ଥା ନାମକ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ ନେଉଥିବା ୧୦୭୭ ଜଣ ଯୁବକଙ୍କ ବ୍ୟାଂକ ଆକାଉଂଟକୁ ଗୋଟିଏ ମୋବାଇଲ ନମ୍ବର ସହ ସଂଯୋଗ କରାଯାଇଛି ଏବଂ ଜଣେ ମାତ୍ର ଇନ୍ଟ୍ରୋଡ୍ୟୁସର ଅଛନ୍ତି । ଏହି ଭାବେ ଚଂଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍ କରାଯାଇଛି । ଏଥିରେ ବ୍ୟାପକ ପିସି କାରବାର ହୋଇଛି ଏବଂ ବହୁ ବଡବଡିଆଙ୍କ ସଂପୃକ୍ତି ରହିଛି ।

ଯଦି ୨ଟି ଜିଲ୍ଲାରେ ୧ ବିଭାଗରେ ୨ଟି ସଂସ୍ଥା ଜରିଆରେ ଏଭଳି ହରିଲୁଟ୍ କରାଯାଇଛି, ତାହେଲେ ରାଜ୍ୟବ୍ୟାପୀ ସମସ୍ତ ବିଭାଗକୁ ମିଶାଇଲେ ଏହି ପରିମାଣ କେତେ ଯେ ହେବ, ତାହା ପରିକଳ୍ପନା ବାହାରେ । ଏଭଳି କଳା କାରନାମା ରାଜ୍ୟରେ ଚାଲିଛି ଏବଂ ସଠିକ୍ ତଦନ୍ତ ହେଲେ ବହୁ ସତ୍ୟ ସାମ୍ନାକୁ ଆସିବ । ଗରୀବ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ପାଇଁ ଆସୁଥିବା ମେଧାବୃତି ଟଙ୍କାକୁ ହଡପ୍ କରି ତାଙ୍କ ଭବିଷ୍ୟତ ସହ ଖେଳୁଥିବା ବିଜେଡି ସରକାରର ଆଭିମୁଖ୍ୟ ଅତ୍ୟନ୍ତ ଘୃଣ୍ୟ ଏବଂ ଏହା ବିରୁଦ୍ଧରେ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ । , ଯୁବମୋର୍ଚ୍ଚା ରାଜ୍ୟ ସଭାପତି.

LEAVE A REPLY

Please enter your comment!
Please enter your name here